You are currently viewing ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଝରୀଗାଁ (ଲାଲଧର ଦୁର୍ଗା )ତା ୨୨/୦୯-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି |ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲାର ୧୦ଗୋଟି ବ୍ଲକର ସମସ୍ତ ବ୍ଲକ ସଭାପତି, ସେକ୍ରେଟାରୀ ଓ କୋଷାଧକ୍ଷଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହିଥିଲେ |ଉପସ୍ଥିତ ବରିଷ୍ଠ କର୍ମକର୍ତ୍ତାମାନେ ଅନୁସୂଚିତ ଜାତିର ଜନସାଧାରଣ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର, ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା ତଥା ଅନୁସୂଚିତ ଜାତିର ଜନସାଧାରଣଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ ଓ ଆଗକୁ ସମସ୍ତେ ଏକଜୁଟ ହୋଇ ନିଜ ଜାତିର ହକ ଓ ଅଧିକାର ପାଇଁ ସରକାରଙ୍କ ସହ ଲଢେଇ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ କରିଥିଲେ |ତତ ସହିତ ଝରୀଗାଁ ବ୍ଲକର ପଦ ପଦବୀ ଖାଲି ପଡିଥିବାରୁ ନୂତନ ସଭାପତି ଭାବେ ପ୍ରତାପ ଦୁରିଆ, ସେକ୍ରେଟାରୀ ଭାବେ ଘନଶ୍ୟାମ ହରିଜନ, କୋଷାଦକ୍ଷ ଭାବେ ଜଗବନ୍ଧୁ ପନକାଙ୍କୁ ଚୟନ କରାଯାଇଥିଲା |ଜିଲ୍ଲା କମିଟିର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ସ୍ଥାନରେ ପୂର୍ଣ୍ଣଚନ୍ଦ୍ର ବାଗ ଏବଂ ପବିତ୍ର ମୋହନ ମିର୍ଗାନଙ୍କୁ ଚୈତନ୍ୟ ମିର୍ଗାନଙ୍କ ପ୍ରସ୍ତାବ କ୍ରମେ ରଖାଗଲା |ଶ୍ରୀ ମିର୍ଗାନଙ୍କ ପ୍ରସ୍ତାବକୁ ଲମ୍ବୋଦର ପନକା ଓ ଚନ୍ଦ୍ରଶେଖର ନିଆଲ ସମର୍ଥନ ଜଣେଇଥିଲେ |ଶେଷରେ ସର୍ବ ସମ୍ମତି କ୍ରମେ ଅକ୍ଟୋବର ପ୍ରଥମ ସପ୍ତାହରେ ନୁଆଁଖାଇ ଭେଟଘାଟର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା |ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଚୁନିଲାଲ ମିର୍ଗାନ,ହରିହର ଦୁର୍ଗା, ପୂର୍ଣ୍ଣଚନ୍ଦ୍ର ବାଗ, କ୍ଷେମରାଜ ବାଗ, ମଣିରାମ ହରିଜନ, ଗଙ୍ଗା କଚିମ,ବେଲାଲସନ ପୂଜାରୀ, ସଭାସିଂ ମିର୍ଗାନ, ମଣିରାମ ଡଙ୍ଗରି, ସୁରେଶ ଛତ୍ରିଆ, ଜଗବନ୍ଧୁ ମିର୍ଗାନ, ଡମ୍ବରୁଧର ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ |ଝରିଗାଁ ରୁ ଲାଲଧର ଦୁର୍ଗା ଙ୍କ ରିପୋର୍ଟ IJB NEWS