କୋଦଳା
କୋଦଳା ଓ ବେଗୁନିଆପଡା ଥାନା ତତ୍ୱାବଧାନ ରେ ରବିବାର ଦିନ ସର୍ଦ୍ଧାରଭାଇ ପଟେଲଙ୍କ ଉଦେଶ୍ୟରେ ଜାତୀୟ ଏକତା ଓ ଅଖଣ୍ଡତା ପାଇଁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି । କୋଦଳା ଥାନା ଠାରୁ ଏହି ରାଲି ବାହାରି ମେଡିକାଲ ଛକ କୋର୍ଟ ପରିକ୍ରମା କରିଥିଲେ । ଏହି ରାଲିର ଲକ୍ଷ ଜାତୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ କରିବା ଏବଂ ନାଗରିକ ମାନଙ୍କ ମଧ୍ୟରେ ଏକତାର ଭାବନାକୁ ସୁଦୃଢ କରିବା। ଏହା ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସଦଭାବକୁ ଏକିକୃତ କରିବା, ଏକତା ପାଇଁ ଦୌଡ଼ଏକତାର ପ୍ରତୀକ ଯାହା ଗୋଟିଏ ଦିଗରେ ଗତି କରୁଥିବା ଏକ ରାଷ୍ଟ୍ର ପ୍ରତିନିଧିତ୍ବ କରେ । ଏକତା ଏବଂ ସଂହତିକୁ ବୃଦ୍ଧି କରିବା ବୋଲି ଥାନା ଅଧିକାରୀ ଭଗବାନ ପୂଜାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥି କାର୍ଯ୍ୟକ୍ରମରେ କୋଦଳା ଥାନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଖଣ୍ଡିଆନଈ ସରପଞ୍ଚ ପଙ୍କଜ କୁମାର ସେଠି, ଥାନା କର୍ମଚାରୀ, ପୟୋନିୟାର କ୍ରିକେଟ କ୍ଲବ ର ସଦସ୍ୟ ଏବଂ ଜନସାଧାରଣ ଯୋଗଦେଇ ଥିଲେ ।
