You are currently viewing ଓଡ଼ିଶା ଗୋଷ୍ଠୀ ସହାୟିକା (ସି ଆର ପି, ସି ଏମ) ସଂଘ (ଏଆଇଟିୟୁସି)ରବିଧାନସଭା ସମ୍ମୁଖରେ ବିଶାଳ ଗଣଧାରଣା
ଓଡ଼ିଶା ଗୋଷ୍ଠୀ ସହାୟିକା (ସି ଆର ପି, ସି ଏମ) ସଂଘ (ଏଆଇଟିୟୁସି)ରବିଧାନସଭା ସମ୍ମୁଖରେ ବିଶାଳ ଗଣଧାରଣା

ଭୁବନେଶ୍ଵର /ପୁରୀ,୧୯/୦୯ : ଓଡ଼ିଶା ଗୋଷ୍ଠୀ ସହାୟିକା (ସି ଆର ପି, ସି ଏମ) ସଂଘ (ଏଆଇଟିୟୁସି) ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ପ୍ରତିବାଦ ସଭା, ବିକ୍ଷୋଭ ଓ ଗଣଧାରଣା କରାଯାଇଥିଲା ।ଏଥିରେ ରାଜ୍ୟ ସଭାପତି ସାଥି ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର, ରାଜ୍ୟ ଉପସଭାପତି ବ୍ରଜବନ୍ଧୁ ପ୍ରଧାନ, ସାଧାରଣ ସମ୍ପାଦିକା ସରସ୍ଵତୀ ବେହେରା, ରାଜ୍ୟଉପସାଧାରଣ ସମ୍ପାଦିକା ଅନୂସୟା ପ୍ରଧାନ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନବାଦୀ ଗୌଡ଼, ରୁନୁ ମହାନ୍ତ,ସରସ୍ଵତୀ ପ୍ରଧାନ, ମୀନା କୁମାରୀ ମିଶ୍ର, ଦମୟନ୍ତୀ ପୁହାଣ, ଶାନ୍ତିଲତା ବେହେରା, ମେହେରୁନ ଖାତୁନ୍, ମମତା ମହାନ୍ତ,ରେଜିଆ ଖାତୁନ୍, ଝରଣାବାଳା, ସୁଚିତ୍ରା ସ୍ୱାଇଁ, ବାସନ୍ତୀ ବାରିକ, ବିଳାସିନୀ ମହାନ୍ତ, ରୀନା ପରିଡ଼ା ପ୍ରମୁଖ ଉଦ୍‌ବୋଧନଦେଇଥିଲେ । ପରେ ସି.ଆର.ପି.ମାନଙ୍କର ବିଭିନ୍ନ ଦାବି ନେଇ ଏକ ୯ ଜଣିଆ ପ୍ରତିନିଧ୍ଵମଣ୍ଡଳୀ ଓଡ଼ିଶା ମିଶନ ଶକ୍ତି ସଚିବ ଶାଲିନୀ ପଣ୍ଡିତଙ୍କୁ ସାକ୍ଷାତ କରି ନିମ୍ନଲିଖତ ଦାବି ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ଦାବି ଯଥାଶିଘ୍ର ପୁରଣକରାଯିବା ସହିତ ଇନ୍‌ସେଟିଭ ବଦଳରେ ଦରମାର ସ୍ଥାୟୀତ୍ଵକୁ ଏକ ମାସ ମଧ୍ୟରେ ସାମଧାନ କରାଯିବ ବୋଲି ଶାଲିନୀ ପଣ୍ଡିତଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।ଦାବୀ ମାନଙ୍କ ମଧ୍ୟରେ


ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଗୋଟିଏ. ସି ଏଲ ଏଫ ହେଲେ ମଧ୍ୟ ସମସ୍ତ (ସି ଆର ପି, ସି ଏମ) ସ୍ଥାୟୀ ଭାବରେ ରହିପାରିବେ | .ସି ଆର ପି, ସି ଏମ ମାନଙ୍କ ଇନ୍‌ସେଟିଭ୍ ପରିବର୍ତ୍ତେ ପୂର୍ବପରି ପାଉଥ‌ିବା ନିର୍ଦ୍ଧାରିତ ଦରମା ପ୍ରଦାନ ସହିତ ଅତିରିକ୍ତକାର୍ଯ୍ୟ ନିମନ୍ତେ ଇନ୍‌ସ୍ଟେଟିଭ ପ୍ରଦାନ କରାଯାଉ ।ସ୍ଥାୟୀ ନିଯୁକ୍ତି ସହିତ ପାରିଶ୍ରମିକ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଉ ।ଅନ୍‌ଲାଇନ୍ କାର୍ଯ୍ୟ ନିମନ୍ତେ ଲାପ୍‌ଟପ୍ ପ୍ରଦାନ କରାଯାଉ ।୫. ପରିଚୟ ପତ୍ର ପ୍ରଦାନ କରାଯାଉ ।୬. ଆଞ୍ଚଳିକ ମଞ୍ଚ ବୈଠକ ନିମନ୍ତେ ପ୍ରତ୍ୟେକ ସି ଏଲ ଏଫ ରେ ବୈଠକ ଗୃହ ନିର୍ମାଣ କରାଯାଉ । ଭି ଆର ଏଫ ଫଣ୍ଡକୁ ୧୦,୦୦୦,୦୦ (ଦଶ ଲକ୍ଷ ଟଙ୍କା) ବୃଦ୍ଧି କରାଯାଉ । ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ । ମାସିକ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା ପ୍ରଦାନ କରାଯାଉ ।ପ୍ରତ୍ୟେକ ସ୍ଵୟସହାୟିକା ଗୋଷ୍ଠୀଙ୍କ ମାସିକ ୪ଟି ବୈଠକ ପରିବର୍ତ୍ତେ ୨ଟି ବୈଠକ କରାଯାଉ । ବର୍ଷକୁ ଦୁଇ ଯୋଡ଼ା ଶାଢ଼ୀ ପ୍ରଦାନ କରାସର୍ବଭାରତୀୟ ଶ୍ରମିକ ସଂଘ ଏ ଆଇ ଟି ୟୁ ସି ସହବନ୍ଧିତ ଓଡିଶା ଗୋଷ୍ଠି ସହାୟିକା (ସି ଆର ପି, ସି ଏମ )ସଂଘ ଡାକରାରେ ୧୯ ସେପ୍ଟେମ୍ବର ଦିନ କୋଡିଏ ହଜାରରୁ ଅଧିକ ଗୋଷ୍ଠି ସହାୟିକା ଐତିହାସିକ ଓଡିଶା ବିଧାନସଭା ଘେରାଓ. ଇନିସିଏଟିଭି ଵେବସ୍ଥା ରଦ, ନୂଆ ଛଟେଇ ଆଇନି ବାତିଲ ନହେବା ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ଚାଲୁ ରହିବାକୁ ଘୋଷଣା କରିଥିଲେ|