You are currently viewing ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରଜତ ଜୟନ୍ତୀ ଉତ୍ସବ ପାଳନ
ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରଜତ ଜୟନ୍ତୀ ଉତ୍ସବ ପାଳନ

ସୋରଡ଼ା, ୧୮/୧୨/୨୦୨୫ (ଲିଟୁ କୁମାର ବିଷୋୟୀ ) ଗଞ୍ଜାମ ଜିଲ୍ଲା ସୋରଡ଼ା ସ୍ଥିତ ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରଜତ ଜୟନ୍ତୀ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି | ଏହି ବିଦ୍ୟାଳୟ କୁ ୨୫ ବର୍ଷ ପୂର୍ତ୍ତି ଅବସର ରେ ରଜତ ଜୟନ୍ତୀ ଅନୁଷ୍ଠିତ ହୋଇଛି | ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ର ପୂର୍ବତନ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଓଡିଶା ପ୍ରିଜମ ଏକାଡେମୀ ର ପୂର୍ବତନ ଉପନିର୍ଦେଶକା ସୁଦୀପ୍ତା ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା

ପରିଷଦ ର ଉପସଚିବ ପ୍ରଦୀପ୍ତ କୁମାର ସା,ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଯୁଗ୍ମ ନିର୍ଦ୍ଧେଶକ ପବିତ୍ର ମୋହନ ସାହୁ, ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ବାଣିଜ୍ୟ ବିଭାଗ ଅଅଧ୍ୟାପକ ଶ୍ରୀକାନ୍ତ ପଣ୍ଡା,କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା କେଶବ ପଣ୍ଡା ମଞ୍ଚାସିନ ଥିଲେ |

ଆମ କଳାସଂସ୍କୃତି କୁ କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇପାରିବା, ଛାତ୍ରୀମାନେ ନିଜଭିତରେ ଥିବା ସମ୍ଭାବନା ର କିପରି ସଦୁପଯୋଗ କରିବେ ଉପସ୍ଥାପନା କରିଥିଲେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ | ମୁଖ୍ୟ ବକ୍ତା ନାରୀଶଶକ୍ତିକରଣ ସହ ଏକ ମହିଳା ବିଦ୍ୟାଳୟ ଦୀର୍ଘ ପଚିଶ ବର୍ଷ ଧରି ସଂଘର୍ଷ କରି ଆଜି ଦୁବରୁ ଦ୍ରୁମ ରେ ପରିଣତ ହୋଇଥିବା କହିଥିଲେ |

ରଜତ ଜୟନ୍ତି ପାଳନ ଅବସରରେ ବିଦ୍ୟାଳୟ ପ୍ରତି ସମର୍ପିତ ରହିଥିବା ସମସ୍ତ ବ୍ୟକ୍ତି ଉଦେଶ୍ୟ ରେ ତାଙ୍କ ପରିବାର ସଦସ୍ୟ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରକାଶ ଚନ୍ଦ୍ର ମହାପାତ୍ର ଙ୍କ ପ୍ରତି ମୂର୍ତ୍ତି ର ଉନ୍ମୋଚନ କରାଯିବା ସହ ପଦ୍ମପ୍ରକାଶ ନାମକ ଏକ ପତ୍ରିକା ମଧ୍ୟ ଉନ୍ମୋଚନ କରାଯାଇଛି |

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନଙ୍କ କରକମଳ ରେ ପୁରସ୍କାର ବିତରଣ କରିଛନ୍ତି | ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସରର ଝୁମି ଉଠିଥିବା ବେଳେ ପରିସରରେ ‘ନନ୍ଦିକେଶ୍ବରୀ’ ନାମକ ନାଟକ ପରିବେଷଣ କରାଯାଇଛି |