ଚାରି ଗିରଫ, ବାଇକ ମଦ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ
ବେଗୁନିଆପଡା :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତିରିଡା ରାସ୍ତା ପାଣି ଟାଙ୍କି ନିକଟରେ ଚାରି ଜଣ ଯୁବକ ଡକାୟତି ଯୋଜନା କରୁଥିବା ବେଳେ ବେଗୁନିଆପଡା ଥାନା ପକ୍ଷରୁ ଚଢ଼ାଉ କରାଯାଇ ଚାରି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି |
ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର, ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ସୁନୀଲ ପ୍ରଧାନ (33),ସଞ୍ଜୟ ପ୍ରଧାନ (23),ବିଜୟ ପ୍ରଧାନ (25),ସୁନୀଲ ପ୍ରଧାନ (23) | ଗିରଫ ଅଭିଯୁକ୍ତ ମାନଙ୍କୁ କେଶ ନମ୍ବର 43/23 ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବେଗୁନିଆପଡା ଥାନା ଏସଆଇ ସଂଗ୍ରାମ ଦେଉରୀ | ଅଭିଯୁକ୍ତ ମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ଦୁଇଟି ବାଇକ ସମେତ ମଦ ବୋତଲ ଏବଂ ସିଗାରେଟ ଜବତ କରାଯାଇଛି |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।
