You are currently viewing ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଆଧ୍ୟାତ୍ମିକତା ସତେତନ କାର୍ଯ୍ୟକ୍ରମ
ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଆଧ୍ୟାତ୍ମିକତା ସତେତନ କାର୍ଯ୍ୟକ୍ରମ

ବ୍ରହ୍ମପୁର, ତା. ୨୭/୦୭ :
ସ୍ଥାନୀୟ ହନୁମାନ ବଜାର ରଘୁନାଥ ମନ୍ଦିର ପରିସରରେ ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଏକ ଆଧ୍ୟାତ୍ମିକ ସଚେତନ କାର୍ଯ୍ୟକ୍ରମ “ଭାଗବତ ଟୁଙ୍ଗୀରେ କୈବଲ୍ୟ” ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ସଭାରେ ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଅଧିବକ୍ତା ଶିଶିର କୁମାର ପାଢ଼ୀ, ଆବାହକ ନୀଳାମ୍ବର ସାହୁ, ଉପସଭାପତି ରମାକାନ୍ତ ରଥ, କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସମାଜରେ ଆଧ୍ୟାତ୍ମିକ ଓ ନୈତିକ ଭାବର ଘୋର ଅଭାବ କାଳରେ ସଂଘର ଏଭଳି କାର୍ଯ୍ୟକ୍ରମ ସର୍ବାଦୌ ପ୍ରସଂଶାର୍ହ ବୋଲି ମତବ୍ୟକ୍ତ କରିଥିଲେ। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ବିଧିବତ ଶୁଭ ଉଦ୍ଘାଟନ କରିବା ସହ ନୈତିକତା ଓ ଆଧ୍ୟାତ୍ମିକତା ଆମ ଭାରତୀୟ ମାନଙ୍କ ଅସ୍ମିତାର ପରିଚାୟକ ହେତୁ ଏଥିପ୍ରତି ଯୁବ ସମାଜ ସଚେତନ ରହିବା ନିମନ୍ତେ ଉଦବୋଧନ ଦେଇଥିଲେ। ସମ୍ପାଦକ ବି. ବିଷ୍ଣୁ କୁମାର ସୁବୁଦ୍ଧି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ୟାସ ବେଦ ପ୍ରକାଶ ଗାଙ୍ଗୁଲି ଏବଂ ସାଥୀଙ୍କ ଦ୍ୱାରା ଭାଗବତ ପାରାୟଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସମିତିର ସହ ସମ୍ପାଦକ ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ପି. ଦିଲ୍ଲୀପ କୁମାର ପାତ୍ର, ଟି. ନିରୁପମା, ଟି. ନିତ୍ୟା, ଇନ୍ଦିରା ସାହୁ, ଭାରତୀ ଦେବୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ନମିତା ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।