You are currently viewing ବକ୍ସିପଲୀ ଠାରେ ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମୀଳନୀ
ବକ୍ସିପଲୀ ଠାରେ ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମୀଳନୀ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମଂଗଳବାର ଏକ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମୀଳନୀ ପୁରୁଷୋତ୍ତମପୁର ବ୍ଳକର ଭୂତ ସରସିଂ ପଞ୍ଚାୟତ ବକ୍ସିପଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏହି ସମ୍ମିଳନୀ ହୋଇଥିବା ବେଳେ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଥିଲେ।
ରାଜ୍ୟ ସରକାରଙ୍କ ମନମୁଖୀ ତଥା ଅପାରଗତା ଶାସନ ବିରୁଦ୍ଧରେ ସ୍ଵରଉତ୍ତୋଳନ କରିଛନ୍ତି କର୍ମକର୍ତ୍ତା। ଦୀର୍ଘ ୨୩ ବର୍ଷ ଧରି ରାଜ୍ଯରେ ନବୀନ ପଟ୍ଟନାୟକଙ୍କ ସରକାର ଚାଲିଥିବା ବେଳେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି। ଏହାକୁ ଅନ୍ତ କରିବାକୁ ହେଲେ ବୁଥ୍ ସ୍ତରରୁ ସଂଗଠନ ମଜବୁତ୍ କରି ସ୍ବର ଉତ୍ତୋଳନ କରିବାକୁ ହେବ। ଆଉ ଏହି ଉଦେଶ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ପ୍ରତାପ ନାୟକ। ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ଏହି ଜିଲ୍ଲାରୁ ହିଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଉଥିବା ବେଳେ ସର୍ବାଧିକ ଦାଦନ ଶ୍ରମିକ ଏଠାରୁ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜନକଲ୍ୟାଣକାରୀ ଯୋଜନା ସଫଳତା ହାସଲ କରି ପାରିଛି। ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ସହ ଆଗାମୀ ୨୦୨୪ ନିର୍ବାଚନରେ ନବୀନ ସରକାରକୁ ଲୋକ କିଭଳି ପ୍ରତ୍ଯାଖାନ କରିବେ ସେ ନେଇ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମୀଳନୀ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀ ନାୟକ।