(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଈ ଜେ ବି ନିୟୁଜ)
ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟରୁ ନିବୃତ୍ତ ରଖିବା ସହ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ଯ ବିରୁଦ୍ଧରେ ୨ ଦିନ ଧରି ପ୍ରତିବାଦ ଜାରି ରହିଛି। ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ଯନ୍ତ୍ରୀ ଚନ୍ଦ୍ର ମାରାଣ୍ଡି ସଫେଇ କର୍ମଚାରୀ ମାନଙ୍କୁ ଢାଲ କରି ଏଭଳି ବେଆଇନ କାର୍ଯ୍ଯ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରି ସଫେଇ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏନଏସି ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ଗତ ୨ ଦିନ ତଳେ ଅଧ୍ଯକ୍ଷକଂ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଉସୁକାଇଥିଲେ ଯନ୍ତ୍ରୀଙ୍କ ସମେତ ସୁପରଭାଇଜର ।କୌଣସି କାରଣ ନଥାଇ ଅଧ୍ଯକ୍ଷକଂ ବିରୁଦ୍ଧରେ ଯିବାକୁ ବାଧ୍ୟ କରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସଫେଇ କର୍ମଚାରୀ। ଗୋଟିଏ ପଟେ ଯନ୍ତ୍ରୀ ମାରାଣ୍ଡି କର୍ମଚାରୀ ମାନଙ୍କୁ ସଠିକ୍ ସମୟରେ ଦରମା, ଇପିଏଫ ପରି ଅନ୍ଯାନ୍ଯ ସୁବିଧାରୁ ବଞ୍ଚିତ କରୁଥିବା ବେଳେ ଯନ୍ତ୍ରୀଙ୍କ ବେଆଇନ କାର୍ଯ୍ୟ ନ ମାନିଲେ ଛଟେଇ କରାଯିବ ବୋଲି ଧମକ ମିଳୁଛି। ଏହାର ପ୍ରତିବାଦରେ ଗତକାଲି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିବା ସଫେଇ କର୍ମଚାରୀ ଆଜି ସହରରେ ରାଲି କରି ଏଭଳି କାର୍ଯ୍ୟରୁ ଯନ୍ତ୍ରୀ ଓ ସୁପରଭାଇଜର ନିବୃତ୍ତ ରୁହନ୍ତୁ ବୋଲି ଦାବି କରିଛନ୍ତି। ସଫେଇ କର୍ମଚାରୀ ମାନଙ୍କୁ ନେଇ ହୀନ ରାଜନୀତି ନ କରିବାକୁ ସେମାନେ ନିବେଦନ କରିଛନ୍ତି।
