ତାଳଚେର ୦୧/୧୦ ଦୈନନ୍ଦିନ ୫ହଜାରରୁ ଉର୍ଦ୍ଧ୍ୱ ଟ୍ରକ ତାଳଚେର ରୁ ଟ୍ରକ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳ କୁ କୋଇଲା ପରିବହନ ହେଉଥିବା ବେଳେ ,ଟ୍ରକ ମାଲିକ ମାନେ ପ୍ରଯ୍ୟାପ୍ତ ଲୋଡିଙ୍ଗ ଓ ଉଚିତ ଭଡା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ପରିପେକ୍ଷିରେ ଆଜି ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଏହି ଭଡା ଓ ଲୋଡିଙ୍ଗ ବ୍ୟବସ୍ତା ର ସୁଧାର ଆଣିବା ପାଇଁ ଆଗାମୀ ୯ତାରିଖ ମଧ୍ୟ ରାତ୍ରରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିରେ ଟ୍ରକ ମାଲିକ ସଙ୍ଘର ସଭାପତି ଅରବିନ୍ଦ ଭୁତିଆ ଅଧ୍ୟକ୍ଷତା କରିଥଲେ । ଏବଂ ତାଳଚେର ଟ୍ରକ ମାଲିକ ମାନେ କିପରି ଅଧିକ ପରିମାଣରେ କୋଇଲା ଲୋଡିଙ୍ଗ ପାଇପାରିବେ ଓ ଉଚିତମୂଲ୍ୟର ଭଡା ପାଇବେ ସେଥିପାଇଁ ମୁଖ୍ୟତଃ ଆଲୋଚର ମୁଖ୍ୟପ୍ରସଙ୍ଗ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୯ ମସିହାରେ ପ୍ରଶାସନ ଟ୍ରକ ମାଲିକ ସଙ୍ଘ ଓ ପରିବହନ କାରୀ ସଂସ୍ଥା ମଧ୍ୟରେ ଆପୋଷ ଆଲୋଚନା କରି ଭଡ଼ାବୃଦ୍ଧି ବାବଦରେ ମିଳିତ ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଟ୍ରକ ମାଲିକ ମାନଙ୍କ ପାଇଁ ଉଚିତ ଭଡା ଧାର୍ୟ୍ୟ କରାଯାଇଥିବା ବେଳେ ତାକୁ ପରିବହନକାରୀ ସଂସ୍ଥା ମାନେ ପାଳନ କରୁନଥିବା ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଉଦବେଗ ପାଇଥିଲା । ୪ବର୍ଷ ତଳର ଧାର୍ୟ୍ୟ ଦର ଆଜି ପର୍ୟ୍ୟନ୍ତ ଚାଲିଆସୁଅଛି ।ସେପଟେ ତୈଳଦର ବୃଦ୍ଧି ଟ୍ରକଟାୟାର ଠାରୁ ଆନୁସଙ୍ଗିକ ଯାନ୍ତ୍ରାଂଶ ର ଅହେତୁକ ଦର ବୃଦ୍ଧି ସହ ସରକାରଙ୍କ ଟାକ୍ସ ଓ ଅନ୍ୟାନ୍ୟ କାଗଜପତ୍ର ର ନବୀକରଣ ବାବଦରେ ଖର୍ଚ୍ଚର ଆକାଶଛୁଆଁ ବୃଦ୍ଧି ପାଇଛି । ଏଥିସହ ତା ମଧ୍ୟରେ ଘରଖର୍ଚ୍ଚ ଓ ଗାଡି ଚାଳକ ଓ ହେଲପର୍ ଦରମା ଦେବା ଅସମ୍ଭବ ହୋଇପଡୁଛି,। ଏପରିସ୍ଥଳେ ଟ୍ରକ ମାଲିକ ଟି ଗାଡିଖଣ୍ଡିଏ ଋଣ ରେ ଆଣି ,ତାର କିସ୍ତି ପୈଠ କରିବା ପାଇଁ ନିଜର ଗଛିତ ସମ୍ପତି ଘରର ସୁନା ବନ୍ଧକ ଦେବାପରି ପରିସ୍ଥିତି ଉପୁଜୁଛି ।ତେଣୁ ଏହିପରି ଭାବରେ ଟ୍ରକ ମାଲିକ ଟି ମାନସିକ ଯନ୍ତ୍ରଣା ଭୋଗୁଥିବା ନଜରକୁ ଆସିଛି ।ବିଗତ ଦିନରେ ମଧ୍ୟ ଏହିପରି ସ୍ଥିତି ଉପୁଜି କେତକ ଟ୍ରକ ମାଲିକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି ।ତେବେ ଏବେ ମଧ୍ୟ ଆଗପରି ଦୁର୍ଦିନ ମଧ୍ୟରେ ଟ୍ରକ ମାଲିକ ଗତି କରୁଥିବା କିଛି ଟ୍ରକ ମାଲିକ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସରକାରଙ୍କ ନିୟମ ଅନୁସାରେ ଫାଷ୍ଟ କମ ଫାଷ୍ଟ ସର୍ଭିସ ନିୟମ ଯୋଗୁଁ ପ୍ରକୃତ ତାଳଚେର ଟ୍ରକ ମାଲିକଟି ଉପକୃତ ହୋଇପାରୁ ନାହାନ୍ତି । କାରଣ ବାହାର ଅଂଚଳର କିଛି ଟ୍ରକ ମାଲିକ କୌଶଳ କ୍ରମେ ତାଳଚେର ପରିବହନ କାର୍ୟ୍ୟାଳୟ ରେ ଗାଡି କୁ ପଞ୍ଜିକୃତ କରାଇ କୋଇଲା ପରିବହନ କ୍ଷେତ୍ରରେ ସେହି ଗାଡିକୁ ନିୟୋଜିତ କରୁଥିବାରୁ ତାଳଚେର ଅଂଚଳର ଟ୍ରକ ମାଲିକ ଲୋଡିଙ୍ଗ ନ ପାଇ ମାସକ ମଧ୍ୟରେ ଅଳ୍ପ ସଂଖ୍ୟକ ଲୋର୍ଡପାଉଛିନ୍ତି । ଯାହା ଫଳରେ ଏହି ଅଞ୍ଚଳର ଭିଟାମାଟି ହରାଇ କ୍ଷତିଗ୍ରସ୍ତ ପ୍ରଜା ଓ ଧୂଳିଧୂଆଁ ଖାଇ ସ୍ଥାନୀୟ ଜନସାଧାରଣ ଟ୍ରକ ବେପାରରେ କ୍ଷତି ସହିବାପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ନିୟମ ଅନୁଯାୟୀ କୋଇଲା ଉତ୍ପାଦନ ର ୪୦%କୋଇଲା ପରିବହନ ଟ୍ରକ ଯୋଗେ ହେବାର ନିୟମ ରହିଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଏହାକୁ ପାଳନ କରୁନାହାନ୍ତି ଯାହା ଫଳରେ ଗାଡି ମାଲିକ କୁ ଲୋଡିଙ୍ଗ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି ।ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଟ୍ରକ ମାଲିକ ସଙ୍ଘ ର ସଭାପତି ଶ୍ରୀ ଭୁତିଆ ଓ କାର୍ୟ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ ,ସାଧାରଣ ସମ୍ପାଦକ ରତନ ଶତପଥି ଶତପଥି ,ଉପସଭାପତି ମନୋଜ ରାଏ ,କଣିହାଁ ଟ୍ରକ ମାଲିକ ସଙ୍ଘ ର ସଭାପତି ଶାଶ୍ୱତ ପ୍ରଧାନ ,ଗ୍ରାମାଞ୍ଚଳ ଟ୍ରକ ମାଲିକ ସଙ୍ଘ ର ସଭାପତି ବିଜୟ କୁମାର ସାହୁ ,ଆଞ୍ଚଳିକ ସଙ୍ଘର ସଭାପତି ଜିତେନ୍ଦ୍ର ଭୁତିଆ , ସମସ୍ତ ସେକ୍ଟର ର ଇନଚାର୍ଜ ମାନେ,ବରିଷ୍ଟ ସଦସ୍ୟ ପ୍ରଶ୍ନ ମିଶ୍ର ,ରାଜକିଶୋର ସାହୁ ,ଓ ଅନ୍ୟାନ୍ୟ କର୍ମକର୍ତା ଙ୍କ ସମେତ ବହୁ ବରିଷ୍ଟ ଟ୍ରକ ମାଲିକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୯ତାରିଖ ମଧ୍ୟରେ ଏହାର କୌଣସି ନିଷ୍ପତି ନିଆନଗଲେ ଆଗାମୀ ୯ତାରିଖ ମଧ୍ୟ ରାତ୍ରରୁ ତାଳଚେର ଟ୍ରକ ମାଲିକ ସଙ୍ଘ ନେତୃତ୍ୱରେ ତାଳଚେର ରୁ କୋଇଲା ରୋଡ଼ ସେଲ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଏବଂ ଦାବି ପୂରଣ ନ ହେବା ଯାଏ ଖଣ୍ଡିଏ ଭି କୋଇଲା ଟ୍ରକ ଯୋଗେ ଅନିର୍ଦ୍ଧଷ୍ଟକାଳ ପାଇଁ କୋଇଲା ରପ୍ତାନୀ ବନ୍ଦ କରିଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବଂ ଏଥିରେ ସ୍ଥାନୀୟ ଲୋକପ୍ରତିନିଧି, ଜନସାଧାରଣଙ୍କ ସହଯୋଗ ନିଆଯିବାକୁ ସଭାପତି ଶ୍ରୀ ଭୁତିଆ ସୂଚନା ଦେଇଛନ୍ତି ।
