You are currently viewing ପୋଡ଼ାମାରି ବସ୍ ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଏକ ଅଜଣା କାର ଗାଡି ଧକ୍କାରେ ୨ ମୃତ,ଜଣେ ଗୁରୁତର
ପୋଡ଼ାମାରି ବସ୍ ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଏକ ଅଜଣା କାର ଗାଡି ଧକ୍କାରେ ୨ ମୃତ,ଜଣେ ଗୁରୁତର

ରିପୋର୍ଟ -:- ଆରତ କୁମାର ହୋତା

ଦିଗପହଣ୍ଡି , ୨୨/୧୧ -:- ବିଳମ୍ବିତ ରାତ୍ର ପ୍ରାୟ ୧ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ପୋଡ଼ାମାରି ବସ୍ ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଏକ ଅଜଣା କାର ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ ୨ ଜଣ ହେଲେ ସିମାଞ୍ଚଳ ପ୍ରଧାନ ଅନ୍ୟ ଜଣେ ହେଲେ ନିରଞ୍ଜନ ମହାନ୍ତି ଏ ଦୁଇଜଣଙ୍କ ଘର ପୋଡ଼ାମାରି ହୋଇଥିବା ବେଳେ ଗୁରୁତର ଜଣଙ୍କ ହେଲେ ଅମୀର ନାୟକ ତାଙ୍କ ଘର ପଦ୍ମପୁର ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ସିମାଞ୍ଚଳ ପ୍ରଧାନ ଏବଂ ନିରଞ୍ଜନ ମହାନ୍ତି ନିଜ ସମ୍ପର୍କୀୟ ଙ୍କୁ ଧରି କେଉଁ ଆଡେ ଯିବା ପାଇଁ ବସ କୁ ଅପେକ୍ଷା କରିଥିଲେ । ଗୁରୁତର ଅମୀର ନାୟକ ମଧ୍ୟ ବସ୍ କୁ ଅପେକ୍ଷା କରିଥିଲେ ତେବେ ଏକ ଅଜଣା କାର ଦୃତ ଗତିରେ ତପ୍ତପାଣି ଆଡ଼େ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୃତ ଗତିରେ ଆସି ପ୍ରଥମେ ଅମୀର ନାୟକ ଙ୍କୁ ଧକ୍କା ଦେଇ ସିମାଞ୍ଚଳ ପ୍ରଧାନ ଏବଂ ନିରଞ୍ଜନ ମହାନ୍ତି ଙ୍କୁ ଉଡ଼େଇଦେଇ ଘଟଣାରୁ ଚମ୍ପଟ ମାରିଥିଲା । କାର ର ଭୀଷଣ ଧକ୍କାରେ ଘଟଣାରେ ହିଁ ସିମାଞ୍ଚଳ ପ୍ରଧାନ ଏବଂ ନିରଞ୍ଜନ ମହାନ୍ତିଙ୍କ ପ୍ରାଣ ବାୟୁ ଉଡିଯାଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ଉପସ୍ଥିତ ଡାକ୍ତର ସିମାଞ୍ଚଳ ପ୍ରଧାନ ଏବଂ ନିରଞ୍ଜନ ମହାନ୍ତିଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ହୋଇଥିବା ଅମୀର ନାୟକ ଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ତେବେ ଘଟଣାରେ ପାଟପୁର ପୋଲିସ ଖବର ପାଇ ମୃତ ଶବକୁ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଦୃଘଟଣା ଘଟାଇ ଥିବା କାର କୁ ପାଟପୁର ପୋଲିସ କାବୁ କରିଥିବା ସୂଚନା ମିଳିଛି ।