ଖଲ୍ଲିକୋଟ ; ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ପଂଚାୟତ ର ପେଣ୍ଡୁରାପଲ୍ଲୀ ଗ୍ରାମରେ କିଶୋର ପଲାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ସାମାଜିକ ସେବା ମାଧ୍ୟମ ରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠତ ହୋଇ ଯାଇଛି | ଆୟୋଜିତ ଶିବିର କୁ ବିଦ୍ୟାଳୟ ର ଅଧକ୍ଷ ଶ୍ରୀମତୀ ନମିତା ଦାଶ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଉକ୍ତ ଶିବିର ରେ ଡାକ୍ତର ଅଭିଷେକ ଦାଶ ଯୋଗ ଦେଇ ମଧୁ ମେହ, ଉଚ୍ଚ ରକ୍ତ ଚାପ, ବାତ, ଥଣ୍ଡା, କାଶ ସମେତ ବିଭିନ୍ନ ରୋଗ ର ନିଦାନ କରିବା ସହ ଆବଶ୍ୟକ ରକ୍ତ ପରୀକ୍ଷା କରି ରୋଗୀ ମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ | ସ୍ଵାସ୍ଥ୍ୟ ସେବା ଶିବିର ରେ ପ୍ରାୟ 120 ଜଣ ଶିଶୁ, ବୃଦ୍ଧ, ମହିଳା, ବୟସ୍କ ବ୍ୟକ୍ତି ମାନଙ୍କୁ ଚିକିଛା କରାଯାଇଥିଲା |

ଆୟୋଜିତ ଶିବିର ରେ ନୋଡାଲ ଅଫିସର ସରୋଜ କୁମାର ଦାଶସମେତ ଅଧ୍ୟାପକ ଡି. ଅରୁଣାଚଳମ, ସତ୍ୟବାନ ନାୟକ, ନୀଳାଞ୍ଚଳ ବେହେରା, ପ୍ରଭାକର ପାଢ଼ୀ, ପ୍ରଭାତ କୁମାର କୁମାର ନାହାକ, ଯୋଗୀନ୍ଦ୍ର ବାରିକ, ମହେଶ୍ୱର ଦାଶ, ମହେଶ୍ୱର ବାରିକ, ମନୋରଞ୍ଜନ ସାମନ୍ତରା, ମାନସ ବେହେରା, ପ୍ରଶାନ୍ତ କୁମାର ବଳିୟାରସିଂ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ,, ପୁଷ୍ପାଞ୍ଜଳି ପଲାଇ, ନୀଳିମା ପାତ୍ର, ସସ୍ମିତା ମହାପାତ୍ର ପ୍ରମୁଖ ବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଶିବିର କୁ ସଫଳ କରିବାରେ ସହାୟତା କରିଥିଲେ |
(ରିପୋର୍ଟ,ମାଧବ ବେହେରା, ଖଲ୍ଲିକୋଟ)
