You are currently viewing ମର୍ଦ୍ଦକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ,
ମର୍ଦ୍ଦକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ,

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ମଂଗଳବାର ସଂଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ, ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ ମର୍ଦ୍ଦକୋଟ ସରପଞ୍ଚ ସନ୍ତୋଷ ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ଯା, ବ୍ଲକ ଉପାଧ୍ୟକ୍ଷ, ସମାଜସେବୀ ମହେଶ୍ବର ବରାଡ଼ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ସ୍ବର୍ଗତ ରଘୁନାଥ ରଥକଂ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ସେହିପରି ଶତ ବାର୍ଷିକୀ ଫଳକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ପ୍ରଧାନ ଶିକ୍ଷକ ସିମାଞ୍ଚଳ ଯେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶତ ବାର୍ଷିକୀ କମିଟି ସଦସ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ଯାଳୟରେ ଏକ ସ୍ବତନ୍ତ୍ର ପାଠାଗାର ପ୍ରତିଷ୍ଠା ପାଇଁ ବିଧାୟିକାଙ୍କୁ ଅନୁରୋଧ କରିଥିଲେ ପ୍ରଧାନ ଶିକ୍ଷକ। ସମଗ୍ର ବ୍ଲକରେ ୩୦୦ ବିଦ୍ଯାଳୟ ରହିଥିବା ବେଳେ ଉକ୍ତ ବିଦ୍ଯାଳୟଟି ୧୦୦ ବର୍ଷରେ ପଦାର୍ପଣ କରିଥିବା ଏକ ଗୌରବର କଥା ଏବଂ ଛାତ୍ର ଛାତ୍ରୀ ମାନେ ଏଠାରେ ଉତ୍ତମ ଶିକ୍ଷାଲାଭ କରି ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।