ପୁରୁଷୋତ୍ତମପୁର,୦୨/୦୨ -:-
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କଲେଜ ଛକ ଠାରେ ନିର୍ମିତ ବସ୍ ଟର୍ମିନାଲ କୁ ଗୁରୁବାର ଲୋକାର୍ପଣ ହୋଇଯାଇଛି ।ମୁକ୍ତା ଯନ୍ତ୍ରୀ ବରୁଣ କୁମାର ବେହେରା ଙ୍କ ସଞ୍ଜୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ଶୁଭ ଉଦ୍ ଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୈମ୍ୟରଞ୍ଜନ ମିଶ୍ର, କାଉନସିଲର ଅଶୋକ କୁମାର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ। ଆଠ ଲକ୍ଷ ଟଙ୍କା ବ୍ୟୟରେ ଏହି ବସ୍ ଟର୍ମିନାଲ ର ବିଭିନ୍ନ ସୌନ୍ଧର୍ଯ୍ୟକରଣ କାର୍ଯ୍ୟ କରାଯାଇଥିବା ବେଳେ ଆଜି ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସଦ ପ୍ରତିନିଧି ପ୍ରେମାନନ୍ଦ ସାହୁ,
ଯନ୍ତ୍ରୀ ନାଗଭୂଷଣ ଯାଦବ,
ମୁକ୍ତା କର୍ମଚାରୀ ସଂଗ୍ରାମ କୁମାର ନାୟକ, ଠିକାଦାର ସୁରେନ୍ଦ୍ର ନାୟକ ,ଆଶିଷ ମହାପାତ୍ର,
ସୁନିଲ୍ ବେହେରା,ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ।
