You are currently viewing ଦାଦାର କଟୁରୀ ଚୋଟରେ ପୁତୁରା ମୃତ୍ୟୁ
ଦାଦାର କଟୁରୀ ଚୋଟରେ ପୁତୁରା ମୃତ୍ୟୁ

ଗଞ୍ଜାମ,୨୮/୧୧/୨୪:: ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡସାହିରେ ଦାଦାର କଟୁରୀ ଚୋଟରେ ପୁତୁରା ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ମଧୁସୂଦନ ଜେନା(୨୮) । ତେବେ ମୃତ ଯୁବକଙ୍କ ଦାଦା ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୁଧବାର ଦିନ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ମଧୁସୂଦନ ଗୁରୁତର ହେବା ପରେ କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷେ ଆକ୍ରମଣକାରୀ ପ୍ରସନ୍ନ ଜେନା (ଘନି)ମଧ୍ୟ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସିପୁ ଜେନା ଓରଫ ଶିବ ଫେରାର ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏନେଇ ମଧୁସୁଦନ ଙ୍କ ଭଉଣୀ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ lପରେ ପୁଲିସ ପକ୍ଷରୁ ଏକ କେଶ ୪୦୫/୨୪ ମାମଲା ରୁଜୁକରି ଘଟଣା ରେ ଅଭିଯୁକୁ ଦାଦା ପ୍ରସନ୍ନଙ୍କୁ ଆହତ ଅବସ୍ଥା ରେ ମେଡିକାଲ ସ୍ଥାନାନ୍ତର କରି ତଦନ୍ତ ଚଳାଇଥୁବା କହିଛନ୍ତି ସଦର ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ । ଗ୍ରାମରେ ସଦର ପୋଲିସ ପଂହଁଚି ପୁରା ଘଟଣାର ତଦନ୍ତ ଜାରିରଖିଛି l