You are currently viewing ଅଟଳ ଯୁବ ବାହିନୀ ତରଫରୁ ବୃକ୍ଷରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି “ବୃକ୍ଷ ହିଁ ଜୀବନ “
ଅଟଳ ଯୁବ ବାହିନୀ ତରଫରୁ ବୃକ୍ଷରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି “ବୃକ୍ଷ ହିଁ ଜୀବନ “

ଗୋପାଳପୁର , ୩/୮ : ଅଟଳ ଯୁବ ବାହିନୀ ତରଫରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋପୀ ମହାରଣାଙ୍କ ତତ୍ତ୍ଵାବଧାନରେ ଆମ୍ବପୁଆ ସ୍ଥିତ ଅଲେଖ ମନ୍ଦିର ପ୍ରାଙ୍ଗଣରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ବୃକ୍ଷ ହିଁ ଜୀବନ” । ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ ପରିସ୍ଥିତିରେ ପରିବେଶ ସନ୍ତୁଳନ ରକ୍ଷା କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମା’ ପାଇଁ ଗଛଟିଏ” ମନ୍ତ୍ରର ଆହ୍ବାନ କୁ ନେଇ ଆଜି ୧୦୦ ରୁ ଉର୍ଦ୍ଧ “ବୃକ୍ଷରୋପଣ” କରାଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ମାନ୍ୟବର ବାଣିଜ୍ୟ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ କହିଛନ୍ତି ଯେ ବୃକ୍ଷ ଆମ ଜୀବନର ଆଧାର ଅଟେ, ଏହାର ସୁରକ୍ଷା ଆମର କର୍ତ୍ତବ୍ୟ । ଏହାସହ ଦୁଇ ବର୍ଷ ପର୍ଯ୍ୟନ୍ତ ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଟଳ ଯୁବ ବାହିନୀ ସଭାପତି ଶିବ ଶଙ୍କର ପତି,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶିବଶଙ୍କର ନାୟକ,ଏଲ୍ ମୋହନ ଦାସ,ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବି.ରବି ରାଓ,କିଶୋର ସାହୁ,ଜଗମୋହନ ପାତ୍ର,ପି.ରାଜେନ୍ଦ୍ର କୁମାର,ତପନ ସାହୁ,ସୁମିତ ପାତ୍ର,କୃଷ୍ଣ ପୋଲାଇ,ଅଶ୍ଵିନୀ ସାହୁ,ଦୀପକ ନାୟକ,ସୁନିଲ ନାୟକ,ଦିଲ୍ଲୀପ ପାତ୍ର,ରୋହନ ନାୟକ,ଆଶୁତୋଷ ପ୍ରହରାଜ,ମନୋଜ ପାଣିଗ୍ରାହୀ,ରାଜେଶ୍ୱର ମହାପାତ୍ର,ବଳିଆ ନାୟକ,ତପନ ଚୌଧୁରୀ,ସମୀର ପାତ୍ର,ସାଇ ରେଡ୍ଡୀ,ଦୀପକ ନାହାକ,ସିଦ୍ଧାନ୍ତ ସାହୁ,ଜି ଗୋପାଳ ରେଡ୍ଡୀ,ମନୋଜ ସେଠୀ,ଗୌତମ ପଟ୍ଟନାୟକ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।