You are currently viewing ବିଧାୟକଙ୍କ ଆରୋପକୁ ଜବାବ୍ ଦେଇ କହିଛନ୍ତି ବିଜେଡି ନେତା ହରପ୍ରସାଦ ସାହୁତଥ୍ଯ ପ୍ରମାଣ ସହ ଗଣମାଧ୍ୟମରେ ଉପସ୍ଥାପନ କର।
ବିଧାୟକଙ୍କ ଆରୋପକୁ ଜବାବ୍ ଦେଇ କହିଛନ୍ତି ବିଜେଡି ନେତା ହରପ୍ରସାଦ ସାହୁତଥ୍ଯ ପ୍ରମାଣ ସହ ଗଣମାଧ୍ୟମରେ ଉପସ୍ଥାପନ କର।

କୋଦଳା
ତଥ୍ଯ ପ୍ରମାଣ ସହ ଗଣମାଧ୍ୟମରେ ଉପସ୍ଥାପନ କର। ବିନା ତଥ୍ଯ ପ୍ରମାଣରେ କାହା ନାମରେ କିଛି ବି କହିଲେ ଲୋକେ ବିଶ୍ବାସ କରନ୍ତି ନାହିଁ। ଏବଂ ଆପଣଙ୍କୁ ମିଛୁଆ କହିବାକୁ ଲୋକେ ପଛାଇବେ ନାହିଁ। ମଦ ବ୍ଯବସାୟକୁ ନେଇ ବିଧାୟକଙ୍କ ଆରୋପକୁ ଜବାବ୍ ଦେଇ ଏଭଳି କିଛି କହିଛନ୍ତି ବିଜେଡି ନେତା ହରପ୍ରସାଦ ସାହୁ
ବିଜେଡି ନେତାଙ୍କ ମଦ ବ୍ଯବସାୟ। ବିଶାକ୍ତ ମଦରେ ଶହ ଶହ ମହିଳା ବିଧବା ହୋଇ ଯାଉଛନ୍ତି। ବିଜେଡି ନେତା ହରପ୍ରସାଦ ସାହୁ ମଦ ବ୍ଯବସାୟ କରୁଥିବା ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କହିଥିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ।
ତେବେ ଏହାର କଡା ଜବାବ ରଖିଛନ୍ତି ବିଜେଡି ନେତା ହରପ୍ରସାଦ ସାହୁ ।କୋଦଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି ଯେ ତାଙ୍କର କୌଣସି ମଦ ବ୍ଯବସାୟ ନାହିଁ। ତାଙ୍କ ଘରେ କିମ୍ବା ତାକଂ ମାଲିକାନାରେ କୌଣସି ମଦ ବ୍ଯବସାୟ ହେଉନି। ଯଦି ସେଭଳି କିଛି ତଥ୍ଯ ଅଛି ବିଧାୟକ ଗଣମାଧ୍ୟମ ଆଗରେ ପ୍ରମାଣ ଦିଅନ୍ତୁ। କୌଣସି ତଥ୍ଯ ପ୍ରମାଣ ନଥାଇ ରାଜନୈତିକ ରୁଟି ସେକିବାକୁ ଏଭଳି ଅଭିଯୋଗ କଲେ ଲୋକେ ଗ୍ରହଣ କରିବେ ନାହିଁ। ଯଦି ସତ୍ ସାହାସ ଅଛି କବିସୂର୍ଯ୍ୟନଗର ବିଧାୟକ ଏନେଇ ତଥ୍ଯ ପ୍ରମାଣ ଗଣମାଧ୍ୟମ ଆଗରେ ରଖନ୍ତୁ ବୋଲି କହିଛନ୍ତି ହର ପ୍ରସାଦ ସାହୁ। କେବେ ବି ମୁଁ ମଦ ବ୍ଯବସାୟ ସହ ସଂପୃକ୍ତ ନଥିଲି, ଏବେ ବି ନାହିଁ। ବିଷାକ୍ତ ମଦ କିଏ କରିଥିଲା? କେବେ କରିଥିଲା? ସମସ୍ତ ଆରୋପର ସରକାରୀ ତଥ୍ଯ ଆଧାରରେ ବିଧାୟକ ସାର୍ବଜନୀନ କରନ୍ତୁ ବୋଲି ଖୋଲା ଆହ୍ବାନ ଦେଇଛନ୍ତି ଶ୍ରୀ ସାହୁ ।