କଟକ ତା ୩୧/୧୨ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋନ ନ୦-୪ ସ୍ଥିତ ଖଣ୍ଢେଇ ତା ଗ୍ରାମ ପଞ୍ଚାୟତରେ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ନେତୃତ୍ବରେ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଜୋନ୍ – ୪ ,ଖ ଣ୍ଢେଇତା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନିହାର ରଞ୍ଜନ ନନ୍ଦ ଙ୍କ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବରିଷ୍ଠ ଆଇନଜୀବି ଆଲୋକ ପ୍ରସାଦ ନନ୍ଦ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ପଞ୍ଚାୟତ କଂଗ୍ରେସ ସଭାପତି ରାଜେଶ୍ ମହାନ୍ତି, ମହମ୍ମଦ କାଶିମ୍, ବାବାଜୀ ସାମନ୍ତରାୟ,ରବିନ୍ଦ୍ର ସାହୁ,ଝୁଲ ସାହୁ, ସୋମନାଥ ମହାରଣା,ଏସ୍ କେ ନେଇମ,ଏସ୍ କେ ସମୁନା,ଏସ୍ କେ ମୁଜିମ୍,ଏମ୍ ଡି ଜାକିର,ଏସ୍ କେ ରିଜୁଆନ,ଅଧିରାଜ ସାହୁ,ମନୋଜ ସେଠୀ,ଏ କେ ଇମରାନ,ଏସ୍ କେ ଚାଇନୁ, ଦେବାଶିଷ ସାହୁ,ବବଲୁ ମହିନ୍ତି, ସୋମନାଥ ଦାସ,ବାଦଲ ସାହୁ ଓ ବଗଲା ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରି ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜଭୁତ କରିବା ପାଇଁ ମତାମତ ପ୍ରଦାନ କରିଥିଲେ। ଆସନ୍ତା ଜାନୁଆରୀ ମାସ ଠାରୁ କଂଗ୍ରେସ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଏକ କମିଟି ଗଠନ କରାଗଲା। ଶେଷରେ ବରିଷ୍ଠ କଂଗ୍ରେସ ନେତା କାର୍ତ୍ତିକ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
